ଦିଲ୍ଲୀର ଗୋକୁଳପୁରୀରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ନୂଆଦିଲ୍ଲୀ, ୧୨/୩: ରାଜଧାନୀ ଦିଲ୍ଲୀର ଗୋକୁଳପୁରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ସମଗ୍ର ବସ୍ତିକୁ କାବୁ କରି ନେଇଥିଲା। ଖବର ପାଇ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଆୟତ୍ତକୁ ଆସିବା ପରେ ଅଗ୍ନିଶମ କର୍ମଚାରୀ ୭ ମୃତଦେହ ଠାବ କରିଛନ୍ତି। ନିଆଁରେ ଜଳି ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଉତ୍ତରପୂର୍ବ ଦିଲ୍ଲୀର ଆଡିସନାଲ ଡିସିପି ସୂଚନା ଦେଇଛନ୍ତି ।