ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ,୧୭/୦୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମଦିନ । ୧୯୫୦ ମସିହା ଆଜିର ଦିନରେ ଗୁଜରାଟର ୱଡନଗରରେ ମୋଦୀଙ୍କ ଜନ୍ମ ହୋଇଥିଲା । ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାସହ ଜନ୍ମଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆଜି ଉଦଘାଟିତ ହେବ ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଂଟରନେସନାଲ କନଭେନସନ ଓ ଏକ୍ସପୋ ସେଂଟର । ଏହାକୁ ୫ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହି କନ୍ଭେନସନ ସେଂଟର ୮ ଦଶିମକ ୯ ବର୍ଗଫୁଟରୁ ଅଧିକ ଅଂଚଳରେ ପରିବ୍ୟାପ୍ତ ।