ଆଜି ୭୩ତମ ସ୍ଥଳସେନା ଦିବସ ପାଳନ କରୁଛି ଭାରତ

ଭୁବନେଶ୍ୱର, ୧୫/୧: ଆଜି ୭୩ତମ ସ୍ଥଳସେନା ଦିବସ ପାଳନ କରୁଛି ଭାରତ।ଏହି ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି  ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଯବାନ ଓ ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଆମ ସେନା ସାହସୀ, ସଙ୍କଳ୍ପବଦ୍ଧ ଓ ସଶକ୍ତ। ମୋଦି, ଦେଶବାସୀଙ୍କ ପକ୍ଷରୁ ସଲାମ ଜଣାଇଲେ ପ୍ରଧାନମନ୍ତ୍ରୀ।