ରାଜ୍ୟରେ ଆଜି ୭୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୪/୨: ରାଜ୍ୟରେ ଆଜି ଆଉ ୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୪ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୭୪ ରେ ପହଞ୍ଚିଛି । ଵର୍ତମାନ ସୁସ୍ଥ ୩ ଲକ୍ଷ ୩୩ ହଜାର ୪୫୧ ଜଣ ହୋଇଥିବା ବେଳେ ଏବେ ବି ଚିକିତ୍ସାଧୀନ ୭୬୦ ଜଣ ଅଛନ୍ତି।