ଗୁଜୁରାଟରେ ମାଟି ଧସିବା ଫଳରେ ୭ ଜଣ ଶ୍ରମିକ ମୃତ

ନୂଆଦିଲ୍ଲୀ,୧୨/୧୦: ଗୁଜରାଟର ମେହସାଣା ଜିଲ୍ଲା ଜସାଲପୁର ଗ୍ରାମରେ ଅଘଟଣ। ସେଠାରେ ନିର୍ମାଣ ସ୍ଥଳରେ ମାଟି ଧସିବା ଫଳରେ ୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଆଜି ଦ୍ବିପହର ସମୟରେ ଏକ ଫ୍ୟାକ୍ଟ୍ରିର ଭୂମିଗତ ଟ୍ୟାଙ୍କ ପାଇଁ ଗଭୀର ଗାତ ଖୋଳୁଥିବା ସମୟରେ ଘଟିଥିଲା । ମାଟି ଭିତରେ ଏବେ ବି କିଛି ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି।

ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ କେହି କିଛି ବୁଝିବା ପୂର୍ବରୁ ମାଟି ଧସି ଯାଇଥିଲା। ମାଟି ତଳେ କାମ କରୁଥିବା ଶ୍ରମିକମାନେ ଜଣକ ପରେ ଜଣେ ଫସି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ୭ ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୩ରୁ ୪ ଜଣ ଶ୍ରମିକ ମାଟି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ଓ ପୁଲିସ ଟିମ୍  ପହଞ୍ଚି ଯୁଦ୍ଧକାଳିନଭିତ୍ତିରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *