୭ IED ଏବଂ ବିସ୍ଫୋରକ ଠାବ କଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର, ୨୪/୧:ମାଲକାନଗିରି ଜିଲ୍ଲା ତୋଟାଗୁଡ଼ାରେ କମ୍ବିଂ ଅପରେସନ କରାଯାଇଥିଲା। ଏହି ମିଳିତ ଅପରେସନ ବେଳେ ୭ IED ଏବଂ ବିସ୍ଫୋରକ ଠାବ କରିିଛନ୍ତି ସୁରକ୍ଷାକର୍ମୀ। ଏହାସହ ମାଓ ଯୋଜନା ପଣ୍ଡ ହୋଇଛି। ସନ୍ୟାସିଗୁଡ଼ା ଗାଁ ନିକଟ ଜଙ୍ଗଲରେ ଗାତ କରି ମାଓବାଦୀ ମାନେ IED ଲୁଚାଇଥିଲେ। ଅନ୍ୟପଟେ ଜବତ କରାଯାଇଥିବା IEDକୁ ନିଷ୍କ୍ରିୟ କରିଛନ୍ତି ବୋମା ନିଷ୍କ୍ରିୟ ଦଳ।