ଟ୍ରେନରେ ଅଗ୍ନିକାଣ୍ଡ, ୭ମୃତ

ନୂଆଦିଲ୍ଲୀ,୨୭/୪: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଏକ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନର ବଗିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩ଜଣ ଶିଶୁ, ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କରାଚିରୁ ଲାହୋର ଯାଉଥିବା କରାଚି ଏକ୍ସପ୍ରେସର ବିଜନେସ କ୍ଲାସ ବଗିରେ ହଠାତ ନିଆଁ ଲାଗିଯାଇଥିଲା। ଏହି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଏହି ବଗିରେ ବସି ଯାତ୍ରା କରୁଥିବା ୩ଜଣ ଶିଶୁ, ଜଣେ ମହିଳାଙ୍କ ସମେତ ୭ଜଣ ପୋଡ଼ି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଟ୍ରେନରେ ନିଆଁ କେଉଁ କାରଣରୁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାାହିଁ।