୭ ଜଣ ସାଇବର ଲୁଟେରାଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୩୧/୦୩: ଆଜି କ୍ରାଇମ୍‌ବ୍ରାଞ୍ଚ ୭ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଛି । କର୍ଣ୍ଣାଟକ ଓ ତାମିଲନାଡୁରୁ ୭ ଜଣ ଠକଙ୍କୁ ଗିରଫ କରାଯାଇଛି । କର୍ଣ୍ଣାଟକର ଜ୍ୟୋତି ରାଜୁ, ରାଜୁ ସି, ଇସ୍‌ମାଇଲ୍ ରାହିଦ, ବାସିମ୍,ତାମିଲନାଡୁରୁ ପାଟରାଜ ଏସ୍‌, ଜେଗଥିସ୍ ରାଧାକ୍ରିଷ୍ଣନ୍, ଇ ଶକ୍ତିକୁମାରଭେଲ୍‌ଙ୍କୁ ଗିରଫ କରାଯାଇଛି । ଗିରଫ ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପଠାଯାଇଛି । ସମସ୍ତଙ୍କ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଛି । ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ । କ୍ରାଇମ୍‌ବ୍ରାଞ୍ଚର ଅଲଗା ଅଲଗା ଟିମ୍ କେରଳ, ଆସାମ, ପଞ୍ଚିମବଙ୍ଗରେ ଚଢାଉ ଜାରି ରଖିଛି । ସାଇବର ଠକ ଗୋଷ୍ଠୀ ଆଇପିଓ, ସେୟାର ଏବଂ ଓଟିସିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଉଥିଲେ ।

Leave a Reply

Your email address will not be published. Required fields are marked *