ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା, ୭ବଗିରଫ

ଭୁବନେଶ୍ୱର,୨୫/୧୨: ରାଜଧାନୀରେ ଆତଙ୍କ । ଭୁବନେଶ୍ୱର ଏୟାରପୋର୍ଟ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୭ଜଣଙ୍କୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ । ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିର ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଏକାଧିକ ଲୋକଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ ଅନ୍ୟମାନଙ୍କ ଅପରାଧର ତାଲିକା ଖୋଜୁଛି ପୁଲିସ । ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ । ରବିବାର ଏୟାରପୋର୍ଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହାଣି ପକାଇଥିଲେ ଦୁର୍ବୃତ୍ତ । ଆକ୍ରମଣରେ ଯୁବକଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଗଲା ତାହା ଜଣାପଡି ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।