୧ କେଜି ବ୍ରାଉନସୁଗାର ଜବତ, ୬ ଗିରଫ

ଭୁବନେଶ୍ୱର, ୯/୮: କଟକରୁ ଆଜି ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ୬ ଜଣ ଗିରଫ ହୋଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗିରଫ ହୋଇଥିବା ୬ଜଣଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର, ଜଣେ ପୁରୀ ଓ ଜଣେ କଟକର । ଗତ ୫ ମାସରେ ୪କେଜି ୨୮୦ ଗ୍ରାମ ଜବତ ହୋଇଛି। ବ୍ରାଉନସୁଗାର ଆସୁଛି କଟକ ଦେଇ ଜଗତସିଂହପୁର ଓ ପୁରୀ ଯାଉଛି ବୋଲି ସେ କହିଛନ୍ତି । ଟ୍ୱିନସିଟିକୁ ଡ୍ରଗ୍ସ ମୁକ୍ତ କରାଯିବ । ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିଛି । ପୂର୍ବବର୍ଷ ତୁଳନାରେ ଏହି ଅଭିଯାନ ଆହୁରି ଅଧିକ ହେବ ବୋଲି ପୋଲିିିସ କମିଶନର କହିଛନ୍ତି।