ପାଟନାରେ ଅଘଟଣ, ଗଙ୍ଗୀ ନଦୀରେ ଡଙ୍ଗା ବୁଡି ୬ନିଖୋଜ

ଭୁବନେଶ୍ୱର, ୧୬/୦୬:  ପାଟନାରେ ଅଘଟଣ । ପବିତ୍ର ଗଙ୍ଗା ଦଶହରା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ଦେବାକୁ ଗଙ୍ଗୀ ନଦୀକୂଳରେ ଭିଡ ଜମାଇଥିଲେ ।   ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି  । ଡଙ୍ଗାରେ ଥିବା ୧୧ ଜଣ ଯାତ୍ରୀ କୌଣସି ମତେ ପହଁରି ପହଁରି କୂଳରେ ପହଂଚିଛନ୍ତି । ଅନ୍ୟ ୬ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳୁଛି । ଅଘଟଣର ଖବର ପରେ ବିହାର ସରକାରଙ୍କ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ଏସଡିଆରଏଫ ଟିମ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପ କ୍ଷରୁ ଗଙ୍ଗାନଦୀରେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି ।