ବଜ୍ରପାତ ସହ ବର୍ଷା ନେଇ ୬ ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧୩/୬: ବଜ୍ରପାତ ସହ ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୬ଜିଲ୍ଲା ଗୁଡିକ ଗଞ୍ଜାମ, ପୁରୀ, ନୟାଗଡ଼, ଗଜପତି, କନ୍ଧମାଳ ଓ ଖୋର୍ଦ୍ଧା ।ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିିଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଆଜି ସାରା ଓଡ଼ିଶାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୧୨ ଘଣ୍ଟା ଭିତରେ ପୁରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ହେବା ନେଇ ସୂଚନା ରହିଛି।