ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର, ୧୩/୩: ରାଜ୍ୟରେ ଏବେ ଖରା କୁ ବଢି ଚାଲିଛି ତାତି। ଏହାରିମଧ୍ୟରେ ଆଜି ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ଏହାସହ ଲୋକଙ୍କ ପାଇଁ ୱାର୍ଣ୍ଣିଂ ଜାରି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ୨ ଦିନ ପରେ କିଛି ଜିଲ୍ଲାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବ। ଗ୍ରୀଷ୍ମ ସ୍ଥିତି ଉପରେ ନଜର ରଖିବାକୁ  SRC କହିଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଥିଲା। ସମ୍ବଲପୁରରେ ସର୍ବାଧିକ ୩୬.୬ ଡିଗ୍ରୀ, ଝାରସୁଗୁଡା ୩୬.୪, ଭୁବନେଶ୍ବର ୩୬, ହୀରାକୁଦ ୩୫.୮, ବାଲେଶ୍ବର ୩୫.୨, ଚାନ୍ଦବାଲି ୩୪, ଗୋପାଳପୁରର ତାପମାତ୍ରା ୩୩.୪ ଡିଗ୍ରୀ ରହିିିଥିଲା।