ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୬ମୃତ

ନୂଆଦିଲ୍ଲୀ,୨୨/୩: ତାମିଲନାଡୁର କାଞ୍ଚିପୁରମରେ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଯାହାଫଳରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାରକାରର୍ଯ୍ୟ ଜାରି ରହିଛି । ସେଠାରେ ୨୫ଜଣ ଶ୍ରମିକ କାମ କରୁଥିଲେ । ହେଲେ ଏହା ପଞ୍ଜିକୃତ ବାଣ କାରଖାନା କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।