ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫ଟି ସଚିବ

ଭୁବନେଶ୍ୱର, ୧୭ା୧(ଦି ପ୍ରଗତି ନ୍ୟୁଜ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୬, ୟୁନିଟ-୧, ଆଇଆରସି ଭିଲେଜ, ୟୁନିଟ-୯ ବାଳିକା ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଛନ୍ତି । ଏହାସହ ଶିକ୍ଷକ ଓ ,ଏସଏମସି ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ସ୍ମାର୍ଟ କ୍ଲାସ୍‌ରୁମ୍‌, ସାଇନ୍ସ ଲ୍ୟାବ୍‌ , ଲାଇବ୍ରେରି ରୁମ୍‌, କ୍ରୀଡ଼ା ସୁବିଧା ଓ ଦଶମ ରେଜଲ୍ଟ ନେଇ ମଧ୍ୟ ସେ ପଚାରି ବୁଝିଛନ୍ତି । କଣ କଲେ ରେଜଲ୍ଟରେ ଉନ୍ନତି ଆସିପାରିବ ସେନେଇ ଆଲୋଚନା କରାଯାଇଛି । ମୋ ସ୍କୁଲ କାର୍ୟ୍ୟକ୍ରମର ଅନୁଧ୍ୟାନ କଲେ ୫-ଟି ସଚିବ, ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଗସ୍ତ କରିଛନ୍ତି । ଏହାସହ ‘ମୋ ସ୍କୁଲ’ କାର୍ୟ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ। କିଛି ସ୍କୁଲରେ ‘ମୋ ସ୍କୁଲ’ କାର୍ୟ୍ୟକ୍ରମରେ ଭଲ ପ୍ରଦର୍ଶନ କରିଛନ୍ତି। ସ୍କୁଲରେ ପାଠପଢ଼ା ପରିବେଶ ସୃଷ୍ଟି ନେଇ ମଧ୍ୟ ଆଲୋଚନା କରାଯାଇଛି ।