୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ ପୁରୀ ସ୍ବର୍ଗଦ୍ବାର ପୁନର୍ବିକାଶ କାର୍ଯ୍ୟ

ପୁରୀ,୨୪/୧୦: ଆଜି ପୁରୀ ଗସ୍ତରେ ଯାଇଥିଲେ 5T ସଚିବ ଭି.କେ. ପାଣ୍ଡିଆନ। ଏହାପରେ ୨୦୨୧ ମାର୍ଚ ସୁଦ୍ଧା ପୁରୀ ସ୍ବର୍ଗଦ୍ବାର ପୁନର୍ବିକାଶ କାର୍ଯ୍ୟ ସରିବ ବୋଲି 5T ସଚିବ  ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏହାସହ ପୁରୀରେ ସ୍ବର୍ଗଦ୍ବାର ଓ ଗୋଶାଳା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି 5T ସଚିବ । ପୁରୀରେ ଭିକାରି ଓ ବୁଲା ଗାଈଗୋରୁଙ୍କୁ ଥଇଥାନ କରାଯିବ ।

ଅନ୍ୟପଟେ ବଡ଼ଦାଣ୍ଡରୁ ୭୦୦ ବୁଲାଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି । ଆଗାମୀ ମାସକ ଭିତରେ ଆଉ ୪୦୦ ଗୋରୁଙ୍କୁ ଗୋଶାଳାକୁ ପଠାଯିବ । ବୁଲାଗୋରୁଙ୍କ ୫ ବର୍ଷର ଖାଦ୍ୟ ପାଇଁ CMRFରୁ ଅର୍ଥ ଦିଆଯାଇଛି ।

ବଡ଼ଦାଣ୍ଡରୁ ୫୦୦ ଭିକ୍ଷୁକଙ୍କୁ ବିଭିନ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫୦ ଜଣ ପରିବାରକୁ ଫେରିସାରିଲେଣି । ଭୁବନେଶ୍ବର ଓ କଟକରେ ମଧ୍ୟ ବୁଲାଗୋରୁଙ୍କୁ ଗୋଶାଳାରେ ରଖାଯିବ । ଟ୍ବିନ୍‌ସିଟିରେ ବି ଭିକ୍ଷୁକଙ୍କ ଥଇଥାନ ପାଇଁ  ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି।