ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୧/୦୮: ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବ ବଡ଼ ଘୋଷଣା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ କଲେଜ ଫାଇଭ-ଟି ଅନ୍ତର୍ଭୁକ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ ପାଣ୍ଡିଆନ ଘୋଷଣା କରିଛନ୍ତି । ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କଲେଜ ଛାତ୍ରଛାତ୍ରୀ । ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ।ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଫାଇଭ-ଟି ସଚିବଙ୍କୁ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୪ରୁ ୫ ପ୍ଲାଟୁନ ପୋଲିସ ।