ବାରିପଦା ଗସ୍ତରେ ୫-ଟି ସଚିବ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

ଭୁବନେଶ୍ୱର,୩/୩: ଆଜି ବାରିପଦା ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ ।  ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେହିଭଳି ବାରିପଦାରେ ପହଞ୍ଚି ଶ୍ରୀହରି ବଳଦେବଜିଉଙ୍କ ଦର୍ଶନ କରିବା ସହିତ ୫-ଟି ସଚିବ ପୂଜାର୍ଚ୍ଚନା କରିଛନ୍ତି ।ସେଠାରେ ମନ୍ଦିର ଉନ୍ନତି ନେଇ ସେବାୟତ ମାନଙ୍କ ସହ ଆଲୋଚନା କରିଥଲେ । ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ୫-ଟି ସଚିବଙ୍କୁୁ ପ୍ରଦାନ କରିଥିଲେ । ସେହିଭଳି ବାରପଦାରେ ଥିବା ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି କ୍ରିଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ ୫-ଟି ସଚିବ । ପରେ ସ୍ପୋର୍ଟସ ହଷ୍ଟେଲ ପିଲାମାନଙ୍କ ସହ ମିଶି ବ୍ରେକଫାଷ୍ଟ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରାଇରଙ୍ଗପୁର ଗସ୍ତରେ ଆସି ଜନସାଧାରଣଙ୍କ ସହିତ ସାକ୍ଷାତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।