କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର,୨୨/୪: ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ । କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ବାସୁଦେବପୁର ଯାଇ ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ସ୍କୁଲ ରୂପାନ୍ତରଣ ପରେ କେମିତି ଚାଲିଛି ପାଠପଢା ସେ ବିଷୟରେ ତଦାରଖ କରିଥିଲେ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ଅତିରିକ୍ତ ସଚିବ ମଧ୍ୟ ସ୍କୁଲ ଗସ୍ତ କରିଥିଲେ ।

ବାସୁଦେବପୁର ବାଳିକା ଉଚ୍ଚବିଦ୍ୟାଳୟ ୫ଟି ସ୍କୁଲରେ ରୂପାନ୍ତରଣ ହେବା ପରେ ସ୍ମାର୍ଟ କ୍ଲାସରୁମରେ ପିଲାଙ୍କ ପାଠ ପଢା କିପରି ଚାଲିଛି, ଇ-କ୍ଲାସରୁମ୍ ଓ ଅତ୍ୟାଧୁନିକ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆଗ୍ରହ ବଢ଼ାଇଛି କି ନାହିଁ ।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣକୁ ପ୍ରାଥମିକତା ଦେଇ  ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  । ସାରା ରାଜ୍ୟରେ ପ୍ରାୟ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।