କୋରାପୁଟ ଗସ୍ତରେ 5T ଅଧ୍ୟକ୍ଷ, ପଟ୍ଟାଙ୍ଗୀରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ

ଭୁବନେଶ୍ୱର,୨୫/୦୪: ଆଜି କୋରାପୁଟ ଗସ୍ତରେ ଯାଇଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ପଟ୍ଟାଙ୍ଗୀରୁ ନିର୍ବାଚନ ପ୍ରଚାର ଆରମ୍ଭ କରିିିଛନ୍ତି। ବିଜେଡି ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା ଓ ପଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ପଟାଙ୍ଗୀବାସୀଙ୍କୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ପଟାଙ୍ଗୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନିର୍ବାଚନୀ ସଭାରୁ ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ବାରମ୍ବାର ବିଏସକେୱାଇକୁ ଅଯଥା ସମାଲୋଚନା କରୁଛନ୍ତି । ହେଲେ ଏହା ଏକ ଯୁଗାନ୍ତକାରୀ ଯୋଜନା ଓ ଗରିବ ଲୋକଙ୍କୁ ବଡବଡ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବାର ସାହସ ଦେଇଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

କିନ୍ତୁ ଯିଏ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ସେ ଏହି ଅଞ୍ଚଳ ପାଇଁ କ’ଣ କରିଛନ୍ତି ତାହା ପଟାଙ୍ଗୀବାସୀ ବିଚାର କରନ୍ତୁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଗତଥର ଭଳି ଏଥର ମଧ୍ୟ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି ।