କେନ୍ଦ୍ରାପଡା ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍

ଭୁବନେଶ୍ୱର,୧୮/୧୨:  କେନ୍ଦ୍ରାପଡା ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । କେନ୍ଦ୍ରାପଡା ତିନିମୁହାଣି ଛକରୁ ଶ୍ରୀ ବଳଦେବ ଜୀଉ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଯାଇ ବଡଠାକୁରଙ୍କୁ ଦର୍ଶନ କରିଛନ୍ତି । ଏଥିସହ ବଳଦେବ ଜୀଉଙ୍କ ପାଖରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଦ୍ଧିତ କରିଛନ୍ତି ।

ପ୍ରଥମେ ସେ ରାଜନଗରର କେରଡାଗଡକୁ ଯାଇଥିଲେ । ସେଠାରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଏକମାଣିଆ ସେତୁର ଶିଳାନ୍ୟାସ କରିଥିଲେ । ସେଠାରୁ ରାଜନଗର କେରଡାଗଡ ଜଗନ୍ନାଥ ମନ୍ଦିରକୁ ଆସି ଦର୍ଶନ କରିବା ସହ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିଥିଲେ । ଏହାସହ ଗୋପାଳପୁର, ମଦନପୁର, ପଟ୍ଟାମୁଣ୍ଡାଇ, ଗଗୁଆରେ ଲୋକମାନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ସମୟରେ ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।