ବଲାଙ୍ଗୀର ଗସ୍ତରେ 5T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର, ୧୧/୦୧: ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇଥିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍।  ବଲାଙ୍ଗୀର, ସଇଁତଳା ଓ କଂଟାବାଂଜିରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜୀବନରେ ଆଗକୁ ବଢିବା ପାଇଁ କଣ ସବୁ ଆବଶ୍ୟକତା ରହିଛି ଓ କଣ ସବୁ କରିବା ଜରୁରୀ, ତାହା କଲେଜ ପିଲାକୁ ବୁଝାଇଛନନ୍ତି । ଏହାସହ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ସବୁ ଯୋଜନା ବିଷୟରେ ବୁଝିଛନ୍ତି।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସଫଳତାର ସୂତ୍ର କହିଥିଲେ ଭି.କେ ପାଣ୍ଡିଅନ୍ । ସେହିପରି ପିଲାଙ୍କୁ ୬ଟି ଗୁରୁମନ୍ତ୍ର ଦେଇଥିଲେ ଫାଇଭ-ଟି ସଚିବ । ସେ କହିଥିଲେ ନିୟମିତ ବ୍ୟାୟାମ, ଧ୍ୟାନ,  ବିଭିନ୍ନ କରିକୁଲାର ଏକଟିଭିଟିରେ ଯୋଗ ଦିଅନ୍ତୁ, ପାଠ ପଢ଼ନ୍ତୁ,  ବାପା-ମାଙ୍କୁ ଭକ୍ତି ଓ ଗୁରୁଜନଙ୍କୁ ସମାନ କରନ୍ତୁ।