ବାଲେଶ୍ୱରରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର,୬/୦୧: ବାଲେଶ୍ୱରରେ ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ପୋଲିସ ଲାଇନ ପଡ଼ିଆରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଓ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ୱର ଜିଲ୍ଲା ଗତ ୬ମାସ ମଧ୍ୟରେ ୧ ହଜାର ୩୮ କୋଟି ଟଙ୍କା ପାଇଛି । ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେୱାଇ କାର୍ଡରୁ ବଞ୍ଚିିତ ଅଛନ୍ତି । ଏହି କାର୍ଡ ଲାଗି ଆଜିଠୁ ରେଜିଷ୍ଟ୍ରେସନ ଆରମ୍ଭ ହେଉଛି । ୧୦ ଦିନ ମଧ୍ୟରେ ସମସ୍ତେ ପଂଜିକରଣ କରିବା ଲାଗି ଆହ୍ୱାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଭିକେ ପାଣ୍ଡିଆନ୍ କହିଛନ୍ତି ଏମପିଏଲରେ ମେଗା ପାଇପ ଜଳ ଯୋଗାଣ ଲାଗି ୨୩୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ବୁଢ଼ାବଳଙ୍ଗରେ ସେତୁ ଲାଗି ୧୧୩ କୋଟି ଟଙ୍କା ମଂଜୁର ହୋଇଛି ।