କଟକରେ ବିଶାଳ ଜନସଭାକୁ ସମ୍ବୋଧନ କଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର,୪/୦୧: ଆଜି କଟକ ବାଲିଯାତ୍ରା ପଡ଼ିଆରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ କଟକ ଗସ୍ତରେ ଆସି ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଜନସାଧାରଣଙ୍କୁ ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ନିଶ୍ଚିତ କରିଛନ୍ତି। ପାଣ୍ଡିଆନ୍ କହିଛନ୍ତି ଯେ, କଟକରେ ଲକ୍ଷ୍ମୀ ବସ୍ ଚାଲିବ। ଏଥିରେ ଛାତ୍ରଛାତ୍ରୀ ଓ ମହିଳା ମାତ୍ର ୫ ଟଙ୍କାରେ ଯାତ୍ରା କରିପାରିବେ। ଏହାସହ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବ।

ଏହାସହ BSKY ଯୋଜନା ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି ଭି କେ ପାଣ୍ଡିଆନ୍। ସେ କହିଛନ୍ତି, ମିଶନ ଶକ୍ତିରେ ଥିବା ମହିଳା ହୁଅନ୍ତୁ ବା ଭତ୍ତା ପାଉଥିବା ମହିଳା ସମସ୍ତେ ଏହି କାର୍ଡ ପାଇଁ ଆବେଦନ କରିବେ। ଏହାସହ ଅନ୍ୟ ସମସ୍ତେ ନବୀନ ବିଏସକେୱାଇ କାର୍ଡ ପାଇଁ ଆବେଦନ କରିପାରିବେ।