ନୂଆ ସରକାର ଆସିବା ପରେ ରାଜ୍ୟରୁ ୫ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩/୦୬: ଓଡ଼ିଶାରେ ନୂଆ ସରକାର ଆସିବା ପରେ ରାଜ୍ୟରୁ ୫ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ବୋର୍ଡ ହଟାଇବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ମୋ ସରକାର ବୋର୍ଡ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ୍ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ନବୀନଙ୍କ ପଞ୍ଚମ ପାଳି ସରକାରରେ ଏହି ୫ଟି ବ୍ୟବସ୍ଥା ଆରମ୍ଭ ହେଇଥିଲା ।  ଟ୍ରାନ୍ସପରେନ୍ସିଂ, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫର୍ମେସନ୍ ଥିଲା ଏହି ୫ଟି । ହେଲେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ବିଜେପି ସରକାର ଏହି ୫ଟି ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ।