BSF ମୁଖ୍ୟାଳୟରେ ଯବାନଙ୍କ ଗୁଳିମାଡ଼, ୫ ଯବାନ ସହିଦ

ନୂଆଦିଲ୍ଲୀ,୬/୩:ପଞ୍ଜାବ ଅମ୍ରିତସରରେ ଥିବା BSF ମୁଖ୍ୟାଳୟରେ ଯବାନଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୫ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଥୀ ଯବାନଙ୍କୁ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗୁଳିମାଡ଼ କରିଥିବା ଯବାନ ଜଣକ ବହୁ ସମୟ ଧରି ମାନସିକ ଚିନ୍ତାରେ ରହି ଆସୁଥିଲେ। ଏହାପରେ ତଦନ୍ତ ଆରମ୍ଭ ହୋଇଛି।