ଏଣିକି 5G ବ୍ୟବହାର ପାଇଁ ପଡିବ ଅତିରିକ୍ତ ଚାର୍ଜ

ଭୁବନେଶ୍ୱର,୧୩/୦୧: ଖୁବଶୀଘ୍ର ମାଗଣା ୫ଜି ସେବା ଶେଷ ହେବାକୁ ଯାଉଛି । ବର୍ତମାନ ଦେଶରେ ୫ଜି ସେବା ଯୋଗାଉଥିବା ଦୁଇଟି ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ୍ ୫ଜି ଇଂଟରନେଟ୍ ଉପରେ ଲଗାଇବାକୁ ଯାଉଛନ୍ତି ଅତିରିକ୍ତ ଚାର୍ଜ । ସୂଚନା ମୁତାବକ, ଜିଓ ଏବଂ ଏୟାରଟେଲ୍ କମ୍ପାନୀ ଚଳିତ ବର୍ଷର ଜୁନ୍ ମାସ ବେଳକୁ ୫ଜି ସେବା ଉପରେ ଅତିରିକ୍ତ ଚାର୍ଜ ବସାଇବାକୁ ଯାଉଛନ୍ତି । ଏଥିସହିତ ମୋବାଇଲ୍ ଟାରିଫ୍ ପ୍ଲାନରେ ମଧ୍ୟ ୫ରୁ ୧୦ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି ସୂଚନା ମିଳିଛି ।ଯେହେତୁ ଅନ୍ୟ ଦୁଇଟି ଟେଲିକମ୍ କମ୍ପାନୀ ଯଥା, ଭୋଡାଫୋନ୍-ଆଇଡିଆ ଏବଂ ବିଏସଏନଏଲ ୫ଜି ସେବା ଆରମ୍ଭ କରିନାହାଁନ୍ତି । ତେଣୁ ୫ଜି ସେବା ଉପରେ ଅତିରିକ୍ତ ଚାର୍ଜ ବସାଇଲେ ବି ଲୋକମାନେ ଏହାକୁ ବ୍ୟବହାର କରିବେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜିଓ ଏବଂ ଏୟାରଟେଲ ପାଖରେ ପାଖାପାଖି ୧୨୫ ମିଲିୟନ୍ ୫ଜି ଉପଭୋକ୍ତା ରହିଛନ୍ତି । ୨୦୨୪ ଶେଷ ବେଳକୁ ଏହି ସଂଖ୍ୟା ୨୦୦ ମିଲିୟନ୍ ଛୁଇଁବ ବୋଲି କୁହାଯାଉଛି ।