୨୦୨୩ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଉପଲବ୍ଧ ହେବ ୫-ଜି ସେବା

ଭୁବନେଶ୍ୱର,୧୬/୧୦: ୨୦୨୩ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୫-ଜି ସେବା ଉପଲବ୍ଧ ହେବ । ଏହି ୫-ଜି ସେବା ଓଡ଼ିଶାର ୮ଟି ସହରରେ ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହାସହ ଭୁବନେଶ୍ୱର ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ । ଖୁବଶୀଘ୍ର ଷ୍ଟେସନର ନବକଳେବର କରାଯିବ । ପ୍ଲାନିଂ, ଡିଜାଇନ୍ ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି । ଖୁବଶୀଘ୍ର ଭୂମି ପୂଜନ କରାଯାଇ କାମ ଆରମ୍ଭ କରାଯିବ ବୋଲି ସେ କହିିିଛନ୍ତି।