ଫାର୍ମା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୫ମୃତ

ନୂଆଦିଲ୍ଲୀ,୩୦/୦୬: ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ଥିବା ଏକ ଫାର୍ମା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୧୫ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଧିକାଂଶ କର୍ମଚାରୀ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଅଚ୍ୟୁତାପୁର ଇଣ୍ଡଷ୍ଟ୍ରିଆଲ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ସାହିଥୀ ଫାର୍ମାରେ ଅଗ୍ନିକାଣ୍ଡ ଘଟିଛି । ରିଆକ୍ଟରରେ ବିସ୍ଫୋରଣ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।