ରାଜ୍ୟରେ ଆଜି ୫୮ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୯/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୫୮ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ  କରୋନାଜନିତ  ମୋଟ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଥିବା ବେଳେ ବରଗଡ଼ରୁ ୭, ଗଞ୍ଜାମରୁ ୫, ବଲାଙ୍ଗିରରୁ ୪ ,ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରୁ ୩ ଲେଖାଏଁ, ଅନୁଗୁଳ, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୨ ଲେଖାଏଁ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି।