କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୫୧ମୃତ

ଭୁବନେଶ୍ୱର,୨୨/୦୯: ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଇରାନର ଦକ୍ଷିଣ ଖୋରସାନାରେ ଏହି ବିସ୍ଫୋରଣ ହୋଇଛି।

ସୂଚନା ଅନୁସାରେ, ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ ଖଣିର ଦୁଇଟି ବ୍ଲକ୍ ବି ଏବଂ ସି ରେ ବିସ୍ଫୋରଣ ଘଟିଛି। ମିଥେନ ଗ୍ୟାସ୍ କାରଣରୁ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି।
ଦକ୍ଷିଣ ଖୋରସାନାର ରାଜ୍ୟପାଳ ଅଲି ଆକବର ରହିମ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବ୍ଲକ୍ ବିରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ସେହିପରି ଅନ୍ୟ ବ୍ଲକରେ ଉଦ୍ଧାରକାର୍ଯ୍ୟ ଚାଲିଛି।

 

Leave a Reply

Your email address will not be published. Required fields are marked *