ସୁନ୍ଦରଗଡ଼ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର, ୧୦/୪: ସୁନ୍ଦରଗଡ଼ ଜିଲ୍ଲାର ୪୦ଟି ସରକାରୀ ହାଇସ୍କୁଲର ହେବାକୁ ଥିବା ରୂପାନ୍ତରଣ କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ।  ସେହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି। ଏହାସହ ୧୭ଟି ବ୍ଲକର ବିଡିଓଙ୍କ ସହ ମଧ୍ୟ ୫ଟି ସଚିବ ଆଲୋଚନା କରୁଛନ୍ତି।