ଓଲଟିଲା ଡଙ୍ଗା, ୫ ମୃତ

ବିହାର, ୫ା୧୧: ବିହାର ସ୍ଥିତ ଭାଗଲପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଥିବା ଗଙ୍ଗାନଦୀରେ ଡ଼ଙ୍ଗା ବୁଡ଼ି ଯାଇ ୫ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହାସହ ୧୫ଜଣଙ୍କୁ ଉଦ୍ଧାର କରାଯାଇଛି । ସେହି ଡ଼ଙ୍ଗାରେ ୧୦୦ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ମାତ୍ର ୧୫ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଯାତ୍ରୀଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ଅନ୍ୟପଟେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।