ବିପୁଳ ଧଳାଜହର ଜବତ, ୫ ଗିରଫ

ଭୁବନେଶ୍ୱର, ୭/୧: ରାଜ୍ୟରେ ଏବେ ଚୋରି, ଡକାୟତି ସାଙ୍ଗକୁ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ବିପୁଳ ପରିମାଣର ଧଳାଜହର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ। ଏହି ଅଭିଯୋଗ ରେ ୫ଜଣ ଗିରଫ ହୋଇଛନ୍ତି। ପୁରୀ ବାଇପାସ ଅଞ୍ଚଳରେ ଚଢ଼ାଉ କରି ୫ ଅଭିଯୁକ୍ତ ବେପାରୀଙ୍କୁ ଗିରଫ କଲା ବାସେଳି ସାହି ଥାନା ପୋଲିସ । ତାଙ୍କ ପାଖରୁ ୧୪୦ ଗ୍ରାମ ବ୍ରାଉନସୁଗାର, ୫୦ ହଜାର ଟଙ୍କା, ୫ଟି ସେଲ୍‌ଫୋନ, କାର୍‌ ଓ ବାଇକ୍‌ ଜବତ କରିଛି ପୋଲିସ।