ବାତ୍ୟା ମୁକାବିଲା ପାଇଁ ୫ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ସରକାର

ଭୁବନେଶ୍ୱର, ୨୪/୫: ରାଜ୍ୟରେ କରୋନା ତାଣ୍ଡବ ରଚୁଥିବା ବେଳେ ମାଡି ଆସୁଛି ବାତ୍ୟା। ଏହାରିମଧ୍ୟରେ ବାତ୍ୟା ମୁକାବିଲା ପାଇଁ ୫ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେମାନେ ରିଲିଫ ଅପରେସନ କରିବା ସହ ପରିସ୍ଥିତି ଉପରେ ନଜର ରଖିବେ । କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ରେ ଶାଶ୍ୱତ ମିଶ୍ର, ଭଦ୍ରକ ରେ ଭିଭି ଯାଦବ, ବାଲେଶ୍ୱରରେ ବିଶାଲ ଦେବ, ମୟୂରଭଞ୍ଜ ରେ ସୁରେଶ ବଶିଷ୍ଟ ଦାୟିତ୍ୱ ରେ ରହିବେ।