ବୋଲେରୋ ଟ୍ରକ ମୁହାଁମୁହିଁ ଧକ୍କା, ୫ମୃତ

ଭୁବନେଶ୍ୱର, ୨୨/୧: ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ  ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ସମସ୍ତ ଗୁରୁତରମାନେ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି। ବରଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଟ୍ରକ୍‌ ସହ ଧକ୍କା ହୋଇଥିଲା ବୋଲେରୋ । ବିନିକା କଉଡିଆମୁଣ୍ଡାରୁ ଉଲୁଣ୍ଡା ବ୍ଲକ ନିମ୍ନା ଗାଁକୁ ବରଯାତ୍ରୀ ଫେରୁଥିବା ସୂଚନା ମିଳିଛି।