ହ୍ରଦରେ ବୁଡି ଚାଲିଗଲା ୫ ପିଲାଙ୍କ ଜୀବନ

ଭୁବନେଶ୍ୱର,୧୪/୫: ଗୁଜୁରାଟ ବଟୋଦ ଜିଲ୍ଲାରେ ହୃଦୟ ବିଦାରକ ଘଟଣା ଘଟିଛି। ବଟୋଦ୍ ସହର ପାଖରେ ଥିବା କୃଷ୍ଣା ହ୍ରଦରେ ବୁଡି  ୫ ପିଲାଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁସାରେ ୨ ଜଣ ପିଲା ନିଜ ଜେଜେବାପାଙ୍କ ସହ ଏଠାକୁ ବୁଲିବାକୁ ଆସିଥିଲେ । ହ୍ରଦରେ ଗାଧୋଇବାକୁ ଜିଦି କରିଥିଲେ । ହେଲେ ଗାଧୋଇବାକୁ ଯାଇ ଗଭୀର ପାଣି ଆଡକୁ ଚାଲିଯାଇଥିଲେ, ଫଳରେ ସେଠାରେ ବୁଡିଯାଇଥିଲେ । ସେମାନଙ୍କ ପାଟି ଶୁଣି ସେଠାରେ ଥିବା ଅନ୍ୟ ୩ କିଶୋର ପାଣିକୁ ଡିଆଁ ମାରିଥିଲେ । ହେଲେ ଅକାତକାତ ପାଣି ଥିବାରୁ ସେ ୩ ପିଲା ମଧ୍ୟ ବୁଡିଯାଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରିଥିଲେ ବି ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା ।