ଗୁଳିମାଡ଼ କରିବା ଅଭିଯୋଗରେ ୫ ଗିରଫ

ଭୁବନେଶ୍ୱର, ୨୦/୩: ରାଜଧାନୀ ଭୁବନେଶ୍ୱର ରେ ଗୁଣ୍ଡା ଗରଦି ବଢ଼ିବାରେ ଲାଗିଛି। କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଏହାରିମଧ୍ୟରେ ଗୁଳିମାଡ଼ କରି ଲୁଟ୍ ଉଦ୍ୟମ ଓ ଗୁଳିମାଡ଼ କରିବା ଅଭିଯୋଗରେ ୫ ଦୁର୍ବୃତ୍ତଙ୍କୁ ତମାଣ୍ଡୋ ଅଞ୍ଚଳରୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ନୟାଗଡ଼ ଓ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଏହାସହ ସେମାନଙ୍କ ଠାରୁ ବନ୍ଧୁକ, ଖୋକା, ଗାଡ଼ି ଜବତ କରିଛି ପୋଲିସ।