ପ୍ରବଳ ଥଣ୍ଡା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୦/୧୨: ରାଜ୍ୟରେ ଏବେ ଶୀତ ଲହରୀ ରହିଛି। ଏହାରିମଧ୍ୟରେ ଆହୁରି ୨ରୁ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ଥଣ୍ଡା ହେବ। ଏନେଇ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ କଳାହାଣ୍ଡି ।