ହୋଲିରେ ଅଘଟଣ, ବୁଡ଼ିଯାଇ ୪ ମୃତ

ଭୁବନେଶ୍ୱର, ୧୯/୩: ଆଜି ହେଉଛି ପବିତ୍ର ହୋଲି। ଆଜି ହୋଲିରେ ଘଟିଛି ଅଘଟଣ। କୋରାପୁଟ, ବ୍ରହ୍ମପୁର ଓ ରାଉରକେଲାରେ ହୋଲି ଅଘଟଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କୋରାପୁଟରେ କେନାଲରେ ଗାଧୋଇବା ବେଳେ ୨ ଯୁବକ ବୁଡିଯାଇଥିଲେ। ସେହିପରି ଗଞ୍ଜାମ ଲାଞ୍ଜିପଲ୍ଲୀରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକଙ୍କ  ମୃତ୍ୟୁ ଘଟିଛି। ଅନ୍ୟପଟେ ରାଉରକେଲା ସେକ୍ଟର-୧ରେ ଯୁବକ ସରୋଜ ଦାଶ ପାଣିରେ ବୁଡ଼ି ଜୀବନ ଚାଲି ଯାଇଛି।