ଦେଶୀ ଡଙ୍ଗା ବୁଡି ୪ ମୃତ

ଭୁବନେଶ୍ୱର, ୧୩/୪: କୋରାପୁଟରେ ଅଭାବନୀୟ ଘଟଣା ଘଟିଛି । ଦେଶୀ ଡଙ୍ଗା ବୁଡ଼ିଯିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଡଙ୍ଗାରେ ଥିବା ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଦେଶୀ ଡଙ୍ଗାରେ ମୋଟ୍‌ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ । ଡଙ୍ଗାଟି ଆସିବା ସମୟରେ ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ବୁଡ଼ିଯାଇଥିଲା ।
ମୃତ ୪ ଜଣଙ୍କ ମଧ୍ୟରେ ୩ ମହିଳା ଥିବା ଜଣାପଡ଼ିଛି ।