ନୂଆଦିଲ୍ଲୀ,୬/୦୧: ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୩୦ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି। ଭାରତୀୟ ସମୟ ସଂଧ୍ୟା ୫ଟା ୪୫ରେ ଏହି ଆକ୍ରମଣ କରାଯାଇଛି । ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି। BLAର ଆତ୍ମଘାତୀ ୟୁନିଟ୍ ମଜିଦ ବ୍ରିଗେଡ୍ ପାକିସ୍ତାନ ସେନାର କନଭଏ ଉପରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଦାବି କରିଛି। ତୁର୍ବତ୍ତ ସହରରୁ ୮ କିମି ଭିତରକୁ ବେହମାନ୍ ଅଞ୍ଚଳରେ ଏହି ଘଟଣା ଘଟିଛି। କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ସେନାର ୧୩ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ରହିଥିଲା ୫ଟି ବସ୍ ଓ ୭ଟି ମିଲିଟାରୀ ବସ୍। ବେଲୁଚିସ୍ତାନ ଲିବରେସନ୍ ଆର୍ମି ଦାବି କରିଛି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। କିଛି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ମିଲିଟାରୀ ଗାଡ଼ି ଧୂଳିସାତ ହୋଇଥିବା କହିଛି BLA।