ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ଭୁବନେଶ୍ୱର, ୧୮/୯ :ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା ।ଏହାସହ ଉପରମୁଣ୍ଡରେ ଲଗାଣ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା । ତେଣୁ ହୀରାକୁଦର ଗୋଟିଏ ପରେ ଗୋଟିଏ (୨୮ଟି) ଗେଟ ଖୋଲା ଯାଇଥିଲା । ଏହାରି ମଧ୍ୟରେ ଆଜି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଛି । ତେଣୁ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୮.୨୯ ଫୁଟ । ବର୍ତ୍ତମାନ ଜଳଭଣ୍ଡାରକୁ ୩ ଲକ୍ଷ ୭୧ ହଜାର ୨୭୪ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ୪ ଲକ୍ଷ ୯ ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ତଳିଆ ଅଂଚଳ ଲୋକଙ୍କ ଚିନ୍ତା ବଢିଛି ।