ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, ୪ମୃତ

ନୂଆଦିଲ୍ଲୀ,୧୨/୪: ପଞ୍ଜାବର ଭଟିଣ୍ଡା ସ୍ଥିତ ମିଲିଟାରୀ ଷ୍ଟେସନରେ ଆଜି ଭୋର ସମୟରେ ଭୟାବହ ଗୁଳିକାଣ୍ଡ ଘଟିଛି। ଯାହା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ପରେ ପୁରା ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ସେନାରେ କ୍ୟାମ୍ପରେ ଯବାନ ମାନଙ୍କର ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ଘଟିଛି ବୋଲି ସୂଚନା ଦେଇଛନ୍ତି ଭଟିଣ୍ଡାର ଏସଏସପି । ସୂଚନାଯୋଗ୍ୟ ଯେ ମିଲିଟାରୀ ଷ୍ଟେସନ ଭିତରକୁ ପୁଲିସକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇନାହିଁ ।