ଜାମ୍ମୁ ବସ୍‌ଷ୍ଟାଣ୍ଡରୁ ବିସ୍ଫୋରକ ଜବତ ଘଟଣା, ୪ ଗିରଫ

ନୂଆଦିଲ୍ଲୀ, ୧୫/୨: ଜାମ୍ମୁ ବସ୍‌ଷ୍ଟାଣ୍ଡରୁ ୭ କେଜି ବିସ୍ଫୋରକ ଜବତ ହୋଇଥିଲା। ଏହି ଘଟଣା ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଉଛନ୍ତି ପୁଲୱାମାର ନର୍ସିଂ ଛାତ୍ର ସୁହେଲ ବାସିଲ ଶାହ, ସୁହେଲର ସାଙ୍ଗ କ୍ବାଜି ୱାସିମ୍, ଆବିଦ ନବି ଓ ସକିଲ ଖାଁ । ଏହାସହ ସାମ୍ବାରୁ ୬ଟି ପିସ୍ତଲ ଓ ୧୫ଟି ଛୋଟ ଆଇଇଡି ଜବତ ମଧ୍ୟ କରିଛି ।