୪ ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ ସେବା କର୍ମଚାରୀ

ଭୁବନେଶ୍ବର,୩୧/୧: ‘ଉଡାନ୍’ ଯୋଜନା ଅଧୀନରେ ଥିବା ୪ଟି ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀକୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ଉଡାନ୍ ଯୋଜନା ଅଧୀନରେ ଥିବା ବିମାନବନ୍ଦରଗୁଡ଼ିକ ହେଉଛି ଝାରସୁଗୁଡ଼ା, ଉତକେଲା, ରାଉରକେଲା ଏବଂ ଜୟପୁର। ଏହି ୫୦ଟି ପଦବୀ ପାଇଁ ଯୋଗ୍ୟ ବିବେଚିତ ୯ ଜଣ ଲେଖାଏଁ ବ୍ୟକ୍ତି ଉତକେଲା ଏବଂ ଜୟପୁରରେ ଏବଂ ୧୬ ଜଣ ଲେଖାଏଁ ଝାରସୁଗୁଡ଼ା ଏବଂ ରାଉରକେଲାରେ ନିୟୋଜିତ ହେବେ।