କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ୪% ମହଙ୍ଗା ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ,୧୮/୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ମହଙ୍ଗା ଭତ୍ତା ବୃଦ୍ଧି ଅନୁମୋଦନ କରିଛନ୍ତି ମୋଦି ସରକାର। ୪୨% ଥିବା କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪୬%କୁ ବୃଦ୍ଧି ପାଇବ। ଏହି ନିଷ୍ପତ୍ତିଦ୍ବାରା ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ।୨୦୨୩ ମାର୍ଚ ୨୪ ତାରିଖରେ ଶେଷ ଥର ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ପାଇଥିଲା।