କରୋନାର ତୃତୀୟ ଲହର ନେଇ କଣ କହିଲେ ସ୍ବାସ୍ଥ୍ୟ ନିର୍ଦେଶକ?

ଭୁବନେଶ୍ୱର, ୮/୭: ରାଜ୍ୟରେ ଏବେ କରୋନାର ଦ୍ଵତୀୟ ଲହରି ଥିବା ବେଳେ ତୃତୀୟ ଲହର ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ
ତୃତୀୟ ଲହର ପାଇଁ ୩ଟି କଥା ଉପରେ ଗୁରୁତ୍ବ ଦିଆଯାଉଛି । ସେଗୁଡିକ ହେଲା ଟିକାକରଣ, ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି । ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଛି ।କେନ୍ଦ୍ରୀୟ ଟିମ ନିଜେ ଜିଲ୍ଲା ବୁଲିକି କରୋନା ପରିସ୍ଥିତି ଯାଞ୍ଚ କରୁଛନ୍ତି ।