ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସଜାଗ ରହିବାକୁ କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୮/୧୦:  ଆଗକୁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ତୃତୀୟ ଲହରର ପ୍ରତିହତ ପାଇଁ ପୂର୍ଣ୍ଣ ସଜାଗ ହେବାକୁ ଭିସି ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସବୁ ଜିଲ୍ଲାପାଳ, ଏସପି ଓ CDMOଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଅଞ୍ଚଳର ବାସ୍ତବ ସ୍ଥିତି ନେଇ ସଠିକ୍ ସୂଚନା ସଂଗ୍ରହ ଉପରେ ଗୁରୁତ୍ୱ ଦେବା ସହ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଘରକୁ ଘର ଅଭିଯାନ ମାଧ୍ୟମରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯିବ । ଯେଉଁ ବ୍ୟକ୍ତି ଓ ଅନୁଷ୍ଠାନ କୋଭିଡ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି ।