ଓଲଟିଲା ଗୋରୁ ବୋଝେଇ ଟ୍ରକ, ଜଣ ଲୋକ ସହ ୨୦ରୁ ଅଧିକ ଗୋରୁ ମୃତ

ଭୁବନେଶ୍ୱର, ୧୮/୨: ବାଲେଶ୍ବର ବସ୍ତା ଥାନା ଜାତୀୟ ରାଜପଥରେ ଏକ ବୋଲେରୋକୁ ଧକ୍କା ଦେଇଥିଲା ଗୋରୁ ବୋଝେଇ ଟ୍ରକ। ଯାହାଫଳରେ ଗୋରୁ ବୋଝେଇ ଟ୍ରକଟି ଓଲଟିି ପଡ଼ିଥଲା। ଏହାପରେ ଟ୍ରକ୍‌ରେ ଥିବା ୩ ଜଣ ଲୋକ ଓ ୨୦ରୁ ଅଧିକ ଗୋରୁ ମୃତ ହୋଇଛି । ଏହାସହ ବୋଲେରୋରେ ଥିବା ୨ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗୋରୁ ଗାଡ଼ି ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ଟ୍ରକ୍‌ ରେ ଶତାଧିକ ଗୋରୁ ଥିଲେ। ଏହାସହ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିିିଛି । ଏବେ ବି ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛିି।